Blogger news

He Priyatama Bara Lyrics

He Priyatama Bara Lyrics | Sambalpuri Christmas Song | Mantu Chhutia

ଆକାଶ ଆଉ ଏପ୍ରୁଥିବିର ନିର୍ମାଣ କାରୀ
ଗୌରବ ଓ କର୍ତ୍ତାପଣ ର ତୁମେ ଅଧିକାରୀ
ସ୍ୱର୍ଗାଦେଶେ ଉପବିଷ୍ଟ ଆହେ ରାଜାଧିରାଜନ ମୋର
ସବୁ ନାମ ଠାରୁ ଉଚ୍ଚ ପ୍ରିୟ ଯୀଶୁ ନାମ ଯେ ତୁମର
ହେ ପ୍ରିୟତମ ବର ଏ ମଣ୍ଡଳୀ ଗଣର - ୦ -

ଅସାଧ୍ୟ ଯେ ତୁମ ପାଇଁ ଜଗତରେ ନାହିଁ
ଅଲୌକିକ ତୁମ କାର୍ଯ୍ୟ ତୁମରି ନାମ ଆଶ୍ଚର୍ଯ୍ୟ
ମୃତ୍ତ୍ୟୁଛାୟା ପଥ ଦେଇ କଲେ ମୁଁ ଗମନ
ତୁମେ ମୋ ଅଶ୍ରୟଗଡ ତୁମେହିଁ ମୋ ସହାୟ
ଆହେ ପରାକ୍ରମୀ ସର୍ବଶକ୍ତିମାନ ଜୀବିତ ପରେମଶ୍ବର
ହୃଦୟ ନାଚେ ମୋହର ଭଜି ସ୍ତୁତି ତୁମର - ୧ -

ସୁବାସିତ ଏ ଜୀବନ ତୁମ ମହକରେ
ପ୍ରଫୁଲିତ ଏ ପରାଣ ତବ ପରଶରେ
କ୍ଷୁଧିତ ପ୍ରାଣର ତୁମେ ସ୍ୱର୍ଗୀୟ ଆହାର
ତୃଷିତ ସକଳ ପାଇଁ ଅନନ୍ତ ନିର୍ଝର
ଅନାଥର ନାଥ ଦୁଃଖିର ଶାନ୍ତ୍ବନା ବଳ ତୁମେ ନିର୍ବଳର
ପ୍ରାଣଦିଆ ବନ୍ଧୁ ମୋର ପ୍ରତିପାଳକ ଈଶ୍ଵର - ୨ -



No comments:

Home Ads

Powered by Blogger.