Blogger news

Mana Kara Hai Prabhu Staba Gana Pooja

Mana Kara Hai Prabhu Staba Gana Pooja | ମନ କର ହେ ପ୍ରଭୁ ସ୍ତବ ଗାନ ପୂଜା

ମନ କର ହେ ପ୍ରଭୁ ସ୍ତବ ଗାନ ପୂଜା
ସେ ମହାମହିମ ସର୍ବ ଶକ୍ତିମାନ ଗୌରବବିଶିଷ୍ଟ ରାଜା

ପ୍ରଭୁ ସ୍ତବ କର ଆରେ ମନ ମୋର କରନ୍ତି ସର୍ବ ଶାସନ
କରୁଣା କରି ସେ କରନ୍ତି ତୋହର ଅସଂଖ୍ୟ ପାପ ମୋଚନ

ପ୍ରଭୁ ସ୍ତବ କର ଆରେ ମନ ମୋର ସେ କଲେ ସର୍ବ ସୃଜନ
ତାବତ ରୋଗ ସେ କରି ଉପଶମ କରନ୍ତି ତୋର ପାଳନ

ପ୍ରଭୁ ସ୍ତବ କର ଆରେ ମନ ମୋର ସେ କରି କରୁଣା ଦାନ
ବୃଷ୍ଟିରୂପ ବର୍ଷାଇଣ ପ୍ରେମ ଧନ କରନ୍ତି ତୃପ୍ତ ତୋ ମନ

ପ୍ରଭୁ ସ୍ତବ କର ଆରେ ମନ ମୋର ନ ପାସୋର ତାଙ୍କ ପ୍ରେମ
ଆହେ ସର୍ବ ପ୍ରାଣୀ କରି ଜୟଧ୍ବନୀ ଗାନ କର ପ୍ରଭୁ ନାମ



No comments:

Home Ads

Powered by Blogger.