Blogger news

Achhanti Sarbabyapi Mora Sangare

ଅଛନ୍ତି ସର୍ବବ୍ୟାପି ମୋର ସଙ୍ଗରେ | Achhanti Sarbabyapi Mora Sangare

ଅଛନ୍ତି ସର୍ବବ୍ୟାପି ମୋର ସଙ୍ଗରେ
ଏଣୁ ମୁହିଁ ସ୍ଥିରଚିତ୍ତ ଅନୁକ୍ଷଣରେ | ଘୋଷା |

ହେବେ ସେ ସଂଗୀ ମୋହର ଘୁଞ୍ଚିବା ସର୍ବ ଡର
ଭୟ ନୋହିବ ମୋ ମନ ଗଲେ ଅନ୍ଧାରେ | ୧ |

ଘେରିଲେ ହେଁ ଘୋର କ୍ଳେଶ ନହିବି ମୁଁ ନିରାଶ
ସର୍ବକାଳେ ନିର୍ଭର ମୁଁ ଦେବି ପ୍ରଭୁରେ | ୨ |

ମୃତ୍ୟୁଛାୟାର ପଦାରେ ମୋର ଗମନ ହେଲେ
ଭୟ ଜାତ ନୋହିବ ଯେ ମୋର ମନରେ | ୩ |

ଶୁଣିବେ ସେ ମୋ ପ୍ରାର୍ଥନା ଫେଡ଼ିବେ ମୋ ଯାତନା
ସର୍ବଦା ହୋଇବେ ସଂଗୀ ଘରେ ବାହାରେ | ୪ |

ସର୍ବବ୍ୟାପୀ ଏହି ବାଣୀ ହୃଷ୍ଟ ମୁଁ ମାନେ ଗୁଣି
ସର୍ବଦା ହେଜିବି ପ୍ରଭୁ ମୋର ସାଙ୍ଗରେ | ୫ |

No comments:

Home Ads

Powered by Blogger.